ଓଡିଶା

​ଭଞ୍ଜନଗର ଥାନା ଏସ.ଆଇ. ସମୀର ସେଠୀଙ୍କୁ ‘ଡିଜିପି ଡିସ୍କ ଆୱାର୍ଡ଼’

ଭଞ୍ଜନଗର, ୧୩।୮ (ରଂଜିତ ଜେନା ଙ୍କ ରିପୋର୍ଟ ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାର ଏସ.ଆଇ.ସମୀର କୁମାର ସେଠୀଙ୍କୁ ବୁଧବାର ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ଼’ରେ ସମ୍ମାନିତ କରାଯାଇଛି।
​କଟକଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ (DGP) ୱାଇ.ବି. ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।ନିଷ୍ଠାପର ସେବା ଓ ଅପରାଧ ନିୟନ୍ତ୍ରଣ ୨୦୧୭ ମସିହାରେ ବୁଗୁଡ଼ା ଥାନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ବିଗତ ଦୁଇ ବର୍ଷ ହେବ ଭଞ୍ଜନଗର ଥାନାରେ କାର୍ଯ୍ୟରତ ଅଛନ୍ତି। ଏହି ସମୟ ମଧ୍ୟରେ ସେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏସ.ଡି.ପି.ଓ. ଡ. ଦୀପକ ମିଶ୍ର ​ଏ.ଏସ.ପି. ରଞ୍ଜନ କୁମାର ଦେ ଏବଂ ଗଞ୍ଜାମ ଏସ.ପି.ଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ପ୍ରେରଣାରେ ଭଞ୍ଜନଗର ଅଞ୍ଚଳରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।ଅଞ୍ଚଳରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଅପରାଧ କମାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କର ଏହି ନିଷ୍ଠାପର କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଏହି ଉଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ସେଠୀଙ୍କ ଏହି ସଫଳତା ଓ ରାଜ୍ୟସ୍ତରୀୟ ସମ୍ମାନ ପାଇଁ ଭଞ୍ଜନଗର ଅଞ୍ଚଳବାସୀ, ପୁଲିସ ପ୍ରଶାସନ ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button