ଭଞ୍ଜନଗରରେ ଲୋକାର୍ପିତ ହେଲା ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଆଇନା’ ଗଞ୍ଜାମ ଭଞ୍ଜନଗର

ଭଞ୍ଜନଗର (ରଂଜିତ ଜେନା, ଶ୍ରୀ ନ୍ୟୁଜ):
ରେଡିଓର ବିକାଶ ଏବଂ ଏହାକୁ ସ୍ଥାନୀୟ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ଦିନ ନୂତନ କମ୍ୟୁନିଟି ରେଡିଓ ଷ୍ଟେଶନ **’ରେଡିଓ ଆଇନା’**ର ଏକ ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଧାୟକଙ୍କ ଦ୍ୱାରା ଉଦ୍ଘାଟନ ଓ ଗୁରୁତ୍ୱପୂର୍ଣ୍ଣ ଘୋଷଣାଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡିଓ ଷ୍ଟେଶନର ଉଦ୍ଘାଟନ କରିଥିଲେ ଏହି ଅବସରରେ ସେ କହିଥିଲେ ଯେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି କୁଲାଡ଼ ଗ୍ରାମକୁ ଏକ ‘ଆଦର୍ଶ ଗ୍ରାମ’ ଭାବେ ଘୋଷଣା କରିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଘୋଷଣା ହେଲେ ଗ୍ରାମର ବିକାଶ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ଆସିବ ବୋଲି ସେ ସୂଚନା ଦେଇଥିଲେ। ଏହି ‘ରେଡିଓ ଆଇନା’ ମାଧ୍ୟମରେ ଆଗାମୀ ଦିନରେ ଘୁମୁସର ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଶିକ୍ଷା, କୃଷି ଓ ସ୍ଥାନୀୟଲୋକଜୀବନ ସମ୍ପର୍କିତ ବିଭିନ୍ନ ଉପାଦେୟ କାର୍ଯ୍ୟକ୍ରମ ଶ୍ରୋତାମାନେ ଶୁଣିବାକୁ ପାଇବେ।ବିଶିଷ୍ଟ ଅତିଥିଙ୍କ ଯୋଗଦାନଏହି ଉତ୍ସବରେ ସମ୍ମାନିତ ଗୋପବନ୍ଧୁ ମହାପାତ୍ର (ଅଧ୍ୟକ୍ଷ, ଭଞ୍ଜନଗର ମ୍ୟୁନିସିପାଲିଟି)ହିମାଂଶୁ ଶେଖର ମହାନ୍ତି (ଡିଏଫ୍ଓ)ନରିସଭା ନାୟକ (ବ୍ଲକ ଅଧ୍ୟକ୍ଷ)ଡ. ଗଗନ ବିହାରୀ ପୁରୋହିତ (ଅଧ୍ୟକ୍ଷ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ)ନୀଲିମା କୁମାରୀ ପଣ୍ଡା (ସିଡିପିଓ)ଡ. ସୁତନୁ କୁମାର ଶତପଥୀ (ମୁଖ୍ୟ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର)ଶୁଳପାଣି ଶତପଥୀ (ସାମାଜିକ କର୍ମୀ) ପ୍ରମୁଖ ଯୋଗ ଦେଇଥିଲେ।ସଭା ପରିଚାଳନା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା’ଆଇନା’ର ସମ୍ପାଦିକା ସ୍ନେହା ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଷ୍ଟେଶନ ସଂଯୋଜିକା ପ୍ରଣତି ମିଶ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କିଛି ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ନେତାଜୀ ବିଷୋୟୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଓଡିଆ ମାଟିର ସଂଗ୍ରାମୀ ବୀର’ ଉନ୍ମୋଚିତ ହୋଇଥିଲା । ଦୁଇ ରେଡିଓ ଜକି ଶୁଭସ୍ମିତା ଗୌଡ଼ ଓ ରିତେଶ ବେହେରାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଦିଲ୍ଲୀପ କୁମାର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନୂତନ ରେଡିଓ ଷ୍ଟେଶନ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର କଳା ଓ ସଂସ୍କୃତିକୁ ଲୋକଙ୍କ ଆହୁରି ନିକଟତର କରିବ ବୋଲି ଆଶା କରାଯାଉଛି।



