ଓଡିଶା

ବ୍ରହ୍ମପୁରରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍ ପର୍ଦ୍ଦାଫାଶ; ଗୋଳନ୍ଥରା ପୁଲିସ ଦ୍ୱାରା ୪ ଗିରଫ, ପ୍ରାୟ ୭ ଲକ୍ଷ ଟଙ୍କା ଜବତ

ଗଞ୍ଜାମ ୧୫/୦୮:ବ୍ରହ୍ମପୁର ପୁଲିସକୁ ମିଳିଛି ଏକବଡ଼ ସଫଳତା ଗୋଳନ୍ଥରା ଥାନା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ନଗଦ ୬ ଲକ୍ଷ ୯୨ ହଜାର ଟଙ୍କା ସମେତ ବିପୁଳ ପରିମାଣର ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଏହି ଗ୍ୟାଙ୍ଗ ଯୋଜନା କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବୋଲି ଜଣାପଡ଼ିଥିବା ବେଳେ ଜଣେ ସ୍ଥାନୀୟ ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳର ବୋଲି ଚିହ୍ନଟ ହୋଇଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳରେ ଏହି ଗ୍ୟାଙ୍ଗ ଦୀର୍ଘ ଦିନ ହେବ ସକ୍ରିୟ ରହି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲା।ଜବତ ହୋଇଥିବା ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ କେଉଁ ଅପରାଧରୁ ଅଣାଯାଇଥିଲା, ସେ ନେଇ ପୁଲିସ ଅଧିକ ପଚରାଉଚରା ଜାରି ରଖିଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏମାନଙ୍କ ନାମରେ ପୂର୍ବରୁ କେତେକ ମାମଲା ରହିଛି, ସେ ସମ୍ପର୍କରେ ଗୋଳନ୍ଥରା ଥାନା ପୁଲିସ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।

ସତ୍ୟନାରାୟଣ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button