ଓଡିଶା

ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କର ପର୍ବ ‘ଗୁରୁ ଦିବସ’ ଓ ପବିତ୍ର ‘ନନ୍ଦ ଉତ୍ସବ’ ଅବସରରେ ଭଞ୍ଜନଗରଠାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ।

ଭଞ୍ଜନଗର ୦୬/୦୯: ଗଞ୍ଜାମ ଜିଲ୍ଲା ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କର ପର୍ବ‘ଗୁରୁ ଦିବସ’ ଓ ପବିତ୍ର ‘ନନ୍ଦ ଉତ୍ସବ’ ଅବସରରେ ଭଞ୍ଜନଗରଠାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଭଞ୍ଜନଗରର ଜଣାଶୁଣା ସମାଜସେବୀ ଏ. ବିଷ୍ଣୁ ପ୍ରସାଦ ସହରର ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କୁ ଏକ ଅଭିନବ ଢଙ୍ଗରେ ସମ୍ମାନିତ କରି ନିଜର ଆଦର ଓ ଶ୍ରଦ୍ଧା ପ୍ରକଟ କରିଛନ୍ତି। ଗୁରୁ ଦିବସ ଏବଂ ନନ୍ଦ ଉତ୍ସବର ପବିତ୍ର ତିଥିରେ ସମାଜସେବୀ ଏ. ବିଷ୍ଣୁ ପ୍ରସାଦଙ୍କ ସୌଜନ୍ୟରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେ ଭଞ୍ଜନଗର ଆଇନ ଜୀବି,ଖରାଂଶୁ ଶେଖର ଦାଶ ସଦସ୍ୟମାନଙ୍କୁ ସାଦର ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଥିଲେ ସମାଜର ଆଇନା ସାଜିଥିବା ସାମ୍ବାଦିକମାନଙ୍କ ବ୍ରତ ଓ ତ୍ୟାଗକୁ ସ୍ୱୀକୃତି ଦେଇ, ଭଞ୍ଜନଗରର ସୁପରିଚିତ ସାମ୍ବାଦିକ ସଂଘ ‘କବି ସମ୍ରାଟ ମିଡ଼ିଆ କ୍ଲବ’ର ସଭାପତି ପ୍ରଦୀପ ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ଦୁର୍ଗାମାଧବ ଆଚାରୀ,ଉପସଭାପତି- ସମୀର ମହାପାତ୍ର, ସମ୍ପାଦକ ଚିନ୍ମୟୀ ଵେବର୍ତ୍ତ, ସାହ-ସମ୍ପାଦକ ରଂଜିତ ଜେନା, ସୁଶାନ୍ତ ପଣ୍ଡା,ନବକିଶୋରବିଶୋଇ ସନ୍ତୋଷ ଜେନା, ଗୋପାଳ କୃଷ୍ଣ ପଟ୍ଟନାୟକ ସରିଫ ଭାଇ ଓ ବବି ଅନଙ୍ଗ ନାଥ ରଥଙ୍କ ସହିତ ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ବିଷ୍ଣୁ ପ୍ରସାଦ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭାବପୂର୍ଣ୍ଣ ସମ୍ବର୍ଦ୍ଧନ ଜଣାଇଥିଲେ।ସାଧାରଣ ସଭାସମିତିଠାରୁ ଭିନ୍ନ, ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାଇଚାରାର ପରିବେଶ ମଧ୍ୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ଆଇନଜୀବୀମାନଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ମାନିତ କରାଯାଇଥିଲା। ସମାଜ ଗଠନରେ ଶିକ୍ଷକ, ଆଇନଜୀବୀ ଓ ସାମ୍ବାଦିକଙ୍କ ଭୂମିକା ଅତୁଲନୀୟ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।ସମାଜସେବୀ ଏ. ବିଷ୍ଣୁ ପ୍ରସାଦଙ୍କର ଏହିପରି ଅଭିନବ ପ୍ରୟାସକୁ ଭଞ୍ଜନଗର ଓକିଲ ସଂଘ, କବି ସମ୍ରାଟ ମିଡ଼ିଆ କ୍ଲବ୍‌ର ସଦସ୍ୟବୃନ୍ଦ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।
​
(ଭଞ୍ଜନଗରରୁ ରଂଜିତ ଜେନା ଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ୍)

Related Articles

Leave a Reply

Your email address will not be published. Required fields are marked *

Back to top button