ଜଗତସିଂହପୁର ରେ ସୁଭଦ୍ରା ଟଙ୍କା କୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ | ସ୍ୱାମୀ ର ତେଣ୍ଟା ମାଡ଼ରେ ସ୍ତ୍ରୀ ମୃତ୍ୟୁ

ଜଗତସିଂହପୁର ୦୬/୦୯: ଜଗତସିଂହପୁର ଥାନା ଅନ୍ତର୍ଗତ ଜକୋଟି ବେନିପୁର ସ୍ଥିତ ବଳରାମପୁର ଗ୍ରାମରେ ଘଟିଛି ଲୋମହର୍ଷଣକାରି ଘଟଣା | ରାଜ୍ୟ ସରକାର ନିକଟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳା ଙ୍କ ଆକାଉଣ୍ଟ କୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ପ୍ରୋଛାହନ ପ୍ରଦାନ କରିଥିଲେ |ଏ କଥା ବଳରାମପୁର ଗ୍ରାମର ଦିଗମ୍ବର ସ୍ୱାଇଁ ଜାଣିବା ପରେ ସ୍ତ୍ରୀ ପୁଷ୍ପଲତା ସ୍ୱାଇଁ ଙ୍କୁ ଆକାଉଣ୍ଟ ରୁ ଟଙ୍କା ଉଠାଇ ଦେବାକୁ କହିଥିଲେ |ପୁଷ୍ପଲତା ଏଥିରେ ରାଜିହୋଇନଥିଲେ |ଏଥିନେଇ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟ୍ୟ ରେ ତୁମୁଳ ପାଟିତୁଣ୍ଡ ହୋଇଥିଲା |
ଶନିବାର ବିଳମ୍ବିତ ରାତିରେ ପରିବାର ସଦସ୍ୟ ଖାଇପିଇ ଶୋଇଗଲା ପରେ ପୁନର୍ବାର ସ୍ୱାମୀ ଦିଗମ୍ବର ଓ ସ୍ତ୍ରୀ ପୁଷ୍ପଲତା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା |ଦିଗମ୍ବର ରାଗରେ ଘରେ ଥିବା ତେଣ୍ଟା ରେ ସ୍ତ୍ରୀ ଙ୍କୁ ନିର୍ମାଣ ଭାବେ ଭୁସି ଦେବାରୁ
ପୁଷ୍ପଲତା ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡିସା ଲୋକମାନଙ୍କୁ ଡାକ ପକାଇଥିଲେ |ହେଲେ ସେତ ବେଳକୁ ପୁଷ୍ପଲତା ର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା |ପୁଷ୍ପଲତା ମୃତ୍ୟୁ ବରଣ କରିବା ପରେ ବିଶ୍ୱମ୍ବର ନିଜର ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ |ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଦିଗମ୍ବର କୁ ଉଦ୍ଧାର କରି ଜଗତସିଂହପୁର ପୋଲିସ କୁ ସୂଚନା ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରି ସବ ବେବଛେଦ କରି ଘଟଣାର ଅନୁସନ୍ଧାନ ଚଳାଇଛି |ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀ ପୁଷ୍ପଲତା କୁ ତେଣ୍ଟା ମାରି ଜୀବନରୁ ମାରିଥିବା ସ୍ୱାମୀକୁ ପୋଲିସ ଅଟକରଖି ପଚାର ଉଚରା ଚଳାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



