ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍.ଭି। ସେ ଭିନ୍ନକ୍ଷମ ଅମୂଲ୍ୟ ଗୌଡ଼ଙ୍କ ଆଡ଼କୁ ସହାୟତାର ହାତ ବଢ଼ାଇ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଶଯ୍ୟାଶାୟୀ ଅମୂଲ୍ୟଙ୍କ ଦୁର୍ଦ୍ଦଶା

ଭଞ୍ଜନଗର ୦୭/୦୯:ଭଞ୍ଜନଗର ଉପଖଣ୍ଡ ଅଧୀନ ସାନକୋଦଣ୍ଡା ପଞ୍ଚାୟତର ଗମ୍ଭାରୀଗୋଛା ଗ୍ରାମର ଅମୂଲ୍ୟ ଗୌଡ଼ ଦୀର୍ଘ ଦିନ ଧରି ଗୁରୁତର ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ରହିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ସୋଚନୀୟ ହୋଇଥିବାରୁ ତାଙ୍କର ନିୟମିତ ଚିକିତ୍ସା ଓ ଦୈନନ୍ଦିନ ଖର୍ଚ୍ଚ ଉଠାଇବା ପରିବାର ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା।
ଅମୂଲ୍ୟଙ୍କ ପରିବାର ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପୂର୍ବରୁ ଆବେଦନ କରାଯାଇଥିଲା। ଆଜି ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ ଏହି ବିଷୟରେ ଅବଗତ ହେବା ପରେ, ତୁରନ୍ତ ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିଲେ। ଏଥିସହ ସ୍ୱାସ୍ଥ୍ୟ ବିଭାଗୀୟ ଯାଞ୍ଚ ଶେଷ କରି ଅମୂଲ୍ୟଙ୍କୁ ଅତିଶୀଘ୍ର ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଭଞ୍ଜନଗର ଉପ-ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଆର୍ଥିକ ସହାୟତା ଅମୂଲ୍ୟଙ୍କ ଔଷଧ ଓ ଚିକିତ୍ସା ଖର୍ଚ୍ଚ ପୂରଣରେ ବହୁତ ସହାୟକ ହେବ ବୋଲି ତାଙ୍କ ପରିବାର ବ୍ୟକ୍ତ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ମାନବିକ ଓ ସମ୍ବେଦନଶୀଳ କାର୍ଯ୍ୟକୁ ଅମୂଲ୍ୟଙ୍କ ପରିବାର ଏବଂ ଗମ୍ଭାରୀଗୋଛା ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ



