ଦେଶ ବିଦେଶ

ଦିଲ୍ଲ୍ ରେ ବଡ଼ ଅଘଟଣ ବହୁତଳ କୋଠା ଭୁଶୁଡ଼ି ୬ ମୃତ, ଭଙ୍ଗାସ୍ତୂପ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୦୭/୦୯:ରାଜଧାନୀ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବଡ଼ ବିପର୍ଯ୍ୟୟ ଘଟିଯାଇଛି। ଏକ ୫ ମହଲା ବିଶିଷ୍ଟ ବହୁତଳ କୋଠା ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି କୋଠାଟି ଏକ ବଏଜ୍ ପେଇଙ୍ଗ ଗେଷ୍ଟ (PG) ହଷ୍ଟେଲ ଭାବେ ବ୍ୟବହୃତ ହେଉଥିଲା, ଯେଉଁଥିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ରହୁଥିଲେ। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଓ ଛାତ୍ର ଭଙ୍ଗାସ୍ତୂପ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟଜାରିଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଦିଲ୍ଲୀ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଧୁନିକ ଗ୍ୟାସ୍ କଟର ଏବଂ ଜେସିବି ମେସିନ ସାହାଯ୍ୟରେ କଂକ୍ରିଟ୍ ଓ ଲୁହା ରଡ୍ କାଟି ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୧୧ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ AIIMS ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। [1] ବେଆଇନ ନିର୍ମାଣ ସାଜିଲା କାଳ?ପ୍ରାଥମିକ ସୂଚନା ଅନୁଯାୟୀ, କୋଠାଟି ପ୍ରାୟ ୩୦ ରୁ ୫୦ ବର୍ଷ ପୁରୁଣା ଥିଲା ଏବଂ ଏହାର ବେସମେଣ୍ଟରେ କିଛି ମରାମତି ତଥା ଖନନ କାର୍ଯ୍ୟ ଚାଲିଥିଲା। ଗତ କିଛି ଦିନ ହେବ ଦିଲ୍ଲୀରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟରେ ପାଣି ଜମି ରହିଥିଲା, ଯାହାଫଳରେ କୋଠାର ଭିତ୍ତିଭୂମି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଦିଲ୍ଲୀ ମହାନଗର ନିଗମ (MCD) ଅନୁସାରେ, ଏହି ଅଞ୍ଚଳରେ କେବଳ ଦୁଇ ମହଲା ପାଇଁ ଅନୁମତି ଥିବା ବେଳେ ନିୟମ ଉଲ୍ଲଂଘନ କରି ଏଠାରେ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଇଥିଲା। ତଦନ୍ତ ନିର୍ଦ୍ଦେଶ ଓ କାର୍ଯ୍ୟାନୁଷ୍ଠାନଏହି ଦୁଃଖଦ ଘଟଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ଏବଂ ହସ୍ପିଟାଲ ପରିଦର୍ଶନ କରିବା ସହ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ କୋଠାର ମାଲିକ ହରିରାମ ବଂଶଲଙ୍କ ବିରୋଧରେ ମାମଲା (FIR) ରୁଜୁ କରି ଘଟଣାର ଛାନଭିନ୍ କରୁଛି। ଏହି ଅଘଟଣ ପରେ MCD ଦିଲ୍ଲୀରେ ଥିବା ସମସ୍ତ ୪ ମହଲାରୁ ଅଧିକ ବେଆଇନ କୋଠାଗୁଡ଼ିକୁ ସିଲ୍ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button