ବିଦ୍ୟୁତ ବିଲ୍ ବାକି: ଭଞ୍ଜନଗର ଦୀନବନ୍ଧୁ ବାଳିକା ହାଇସ୍କୁଲର ଲାଇନ କାଟିଲା TPSODL

ଗଞ୍ଜାମ ଭଞ୍ଜନଗର ୧୮/୦୯: ଭଞ୍ଜନଗର ଦୀନବନ୍ଧୁ ବାଳିକା ହାଇସ୍କୁଲର ଲାଇନ କାଟିଲା TPSODଭଞ୍ଜନଗର:ବକେୟା ବିଦ୍ୟୁତ ବିଲ୍ ପୈଠ ନକରିବା ପରିଣାମ ସ୍ୱରୂପ ଭଞ୍ଜନଗରର ପ୍ରତିଷ୍ଠିତ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ବିଦ୍ୟୁତ ସଂଯୋଗକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇଛି TPSODL (ଦକ୍ଷିଣ ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ)। ଦୀର୍ଘ ଦିନ ହେଲା ବିଦ୍ୟାଳୟ ପକ୍ଷରୁ କୌଣସି ବିଲ୍ ଜମା କରାଯାଇ ନଥିବାରୁ ବିଦ୍ୟୁତ ବିଭାଗର ଏକ ସ୍ପେଶାଲ୍ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାଫଳରେ ବିଦ୍ୟାଳୟରେ ପଢୁଥିବା ଶତାଧିକ ଛାତ୍ରୀ ଅନ୍ଧାରରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି।ସ୍ମାର୍ଟ କ୍ଲାସ୍ ଓ ପାନୀୟ ଜଳ ବ୍ୟବସ୍ଥା ଠପ୍ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ବିଲ୍ ବାକି ରହିବା ନେଇ TPSODL ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା। ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ଲାଇନ କାଟି ଦିଆଯାଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ସରକାରଙ୍କ ଆଧୁନିକ “ସ୍ମାର୍ଟ କ୍ଲାସରୁମ୍” ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହା ସହିତ କମ୍ପ୍ୟୁଟର ଶିକ୍ଷା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାନୀୟ ଜଳ ଯୋଗାଣ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରେ ଛାତ୍ରୀମାନେ ଶ୍ରେଣୀଗୃହରେ ବସିବା ଅସମ୍ଭବ ହୋଇପଡ଼ିଛି।ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷସରକାରୀ ବିଦ୍ୟାଳୟରେ ବିଦ୍ୟୁତ ବିଲ୍ ପାଇଁ ଅର୍ଥ ମଞ୍ଜୁର ହେଉଥିବା ବେଳେ କେଉଁ କାରଣରୁ ବିଲ୍ ପୈଠ କରାଯାଇ ନାହିଁ, ସେ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟର ଏଭଳି ବେପରୁଆ ମନୋଭାବ ପାଇଁ କୋମଳମତି ଛାତ୍ରୀମାନେ କାହିଁକି ହଇରାଣ ହେବେ ବୋଲେ ଅଭିଭାବକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗଣଶିକ୍ଷା ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବାକି ଅର୍ଥ ପୈଠ ପୂର୍ବକ ବିଦ୍ୟୁତ ସଂଯୋଗ କରି ସ୍ୱାଭାବିକ କେବେ ହବ ଦେଖିବାକୁ ବାକି ରହିଛି l



