ଖୋଳଖାଳି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ଗୁରୁତର

ବୁଗୁଡ଼ା, ୧ ଅକ୍ଟୋବର (ବିରୋ ରିପୋର୍ଟ ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ:ଜିତେନ୍ଦ୍ର ସାଥୁଆ (ଜିରାବାଡ଼ି ଗ୍ରାମ, ଜଗନ୍ନାଥପ୍ରସାଦ ଥାନା)ଗୋପାଳ ସେଠୀ (ଜିରାବାଡ଼ି ଗ୍ରାମ, ଜଗନ୍ନାଥପ୍ରସାଦ ଥାନା)ଚନ୍ଦନ ଦାସ (ପଙ୍କଳବାଡ଼ି ଗ୍ରାମ, ବୁଗୁଡ଼ା ଥାନା)ପାୟଲ ନାୟକ (ପଙ୍କଳବାଡ଼ି ଗ୍ରାମ, ବୁଗୁଡ଼ା ଥାନା)ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବୁଗୁଡ଼ା ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମୟପ୍ରତି ଦୃଷ୍ଟି ଦେଇ, ୧୦୮ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ପୁଲିସ ବିନା କୌଣସି ଅପେକ୍ଷାରେ ଏକ ସ୍ଥାନୀୟ ଅଟୋ ସାହାଯ୍ୟରେ ସମସ୍ତ ଆହତଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ଭର୍ତ୍ତି କରିଥିଲା।ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରାଫିକ ସମସ୍ୟା ଦୂର କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଦ୍ୱୟକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।



