ଦେଶ ବିଦେଶ

ସାରା ଦେଶରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାହାର କରିବୁ- ଅମିତ ଶାହ

ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ସମ୍ବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଜୟକୁ ବଙ୍ଗ ବିଜୟ ସବୁଠୁ ବଡ଼ ବିଜୟ କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ, ମନ, ଆତ୍ମା, ଶରୀର ସବୁ ଖୁସି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢ଼ିବା ବଡ଼ ଉପଲବ୍ଧି ।

ଏଥିସହ ଗୃହମନ୍ତ୍ରୀ କହିଛନ୍ତି ଯେ, ୩୭୦ ଧାରା ହଟାଇବା ପରେ ବି ଆଉ ଗୋଟିଏ ଲକ୍ଷ୍ୟ ରହି ଯାଇଥିଲା । ତାହା ଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢ଼ିବ । ଆଜି ବିଜେପି ପଶ୍ଚିମବଙ୍ଗରେ ସରକାର ଗଢ଼ି ଏକ ବଡ଼ ଲକ୍ଷ୍ୟ ପୂରଣ କରିଛି । ପଶ୍ଚିମବଙ୍ଗରେ ଆମର ବିଜୟ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଥିଲା । ହିଂସାରେ ଆମର ୩୨୧ କର୍ମକର୍ତ୍ତା ପ୍ରାଣ ହରାଇଛନ୍ତି ଏବଂ ୩୨୧ ବିଜେପି କର୍ମକର୍ତ୍ତାଙ୍କ ଏହି ବଳିଦାନ କଦାପି ଭୁଲି ହେବ ନାହିଁ । ସୀମା ସୁରକ୍ଷାକୁ ଆମେ ଆହୁରି ମଜବୁତ କରିବୁ । ପଶ୍ଚିମବଙ୍ଗ ବିଜୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଅନୁପ୍ରବେଶ ଓ ବେଆଇନ୍ ଗୋଚାଲାଣ ଅସମ୍ଭବ ହେବ । ସାରା ଦେଶରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାହାର କରିବୁ ବୋଲି ଶାହ କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button