ଓଡିଶା

ଗଞ୍ଜାମ ଜିଲାରେ ହ୍ରାସ ପାଇଲା ଅପରାଧ ହାର: ଭଞ୍ଜନଗରରେ ୫୦ଟି ହଜିଲା ମୋବାଇଲ୍ ମାଲିକଙ୍କୁ ହସ୍ତାନ୍ତର, ଏସ୍‌ପିଙ୍କ ସୂଚନା!

ଭଞ୍ଜନଗର ( ଶ୍ରୀ ନ୍ୟୁଜ ରିପୋର୍ଟ ର ରଂଜିତ ଜେନା) ୨୩/୧୦:- ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି। ଅପରାଧ ନିୟନ୍ତ୍ରଣ ସହ ହଜିଯାଇଥିବା ମୋବାଇଲ୍ ଫୋନ୍ ଏବଂ ଚୋରି ସାମଗ୍ରୀ ଉଦ୍ଧାର କ୍ଷେତ୍ରରେ ପୋଲିସକୁ ବଡ଼ ସଫଳତା ମିଳିଛି।ଶୁକ୍ରବାର ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଚତୁର୍ଥ ମୋବାଇଲ୍ ଫୋନ୍ ମେଳାରେ ୫୦ଟି ଉଦ୍ଧାର ମୋବାଇଲ୍ ଫୋନ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ହରିଶ ବି.ସି.ଯୋଗ ଦେଇ ଏହି ବଡ଼ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ଗତବର୍ଷ ଜିଲାରେ ୪୮ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ମାତ୍ର ୧୫ଟି ହତ୍ୟାକାଣ୍ଡ ଘଟିଛି। ହତ୍ୟା ସମେତ ଜିଲାର ଅନ୍ୟାନ୍ୟ ଅପରାଧିକ ମାମଲା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ବେଆଇନ କାରବାର ଉପରେ କଟକଣା: ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମେତ ଚୋରା ମଦ ଏବଂ ଅନ୍ୟାନ୍ୟ ବେଆଇନ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି।ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ଭଞ୍ଜନଗର ପୋଲିସ ସମୁଦାୟ ୧୫୩ଟି ହଜିଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିଛି। ଏହା ସହିତ ଶୁକ୍ରବାର:୨ଟି ଚୋରି କାର୍,୧ଗୋଟି ପାଣି ଟାଙ୍କି ୧ଗୋଟି ଧାନକଟା ମେସିନ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ବଣ୍ଟନ କରାଯାଇଛି। ଏହି ସମ୍ମିଳନୀରେ ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ, ଏଏସ୍‌ପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଜନସାଧାରଣ ସଚେତନ ହେଲେ ଆଗାମୀ ଦିନରେ ଅପରାଧ ଆହୁରି ହ୍ରାସ ପାଇବ ବୋଲି ଏସ୍‌ପି ମତବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button