ଓଡିଶା

ବାତ୍ୟା ମୁକାବିଲା ଓ ଜନସୁରକ୍ଷାକୁ ଗୁରୁତ୍ୱ: ବେଲଗୁଣ୍ଠା, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

ଭଞ୍ଜନଗର,  ୨୭/୧୦ (ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ୍): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ବେଲଗୁଣ୍ଠା ବ୍ଲକର ଉଡରା ଓ ବାଣତୁମ୍ବ ଗ୍ରାମ, ଭଞ୍ଜନଗର ବ୍ଲକର ବାଇବେଲି ପଞ୍ଚାୟତ ଅନ୍ତର୍ଗତ ତଡମା ଗ୍ରାମ ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଏନ୍ଏସି ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ଲକର ତହସିଲଦାର, ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ବେଲଗୁଣ୍ଠାରେ ଚାଲିଥିବା ଜନସ୍ଥାନାନ୍ତରଣ ପ୍ରକ୍ରିୟାର ତଦାରଖ କରିବା ସହ ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତଡମା ଗ୍ରାମରେ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏହା ସହ ଜଗନ୍ନାଥପ୍ରସାଦ ବ୍ଲକର ଆଞ୍ଚଳିକ କଲେଜ ଓ କଲ୍ୟାଣ ମଣ୍ଡପଠାରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ପରିମଳ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସମୟରେ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button