ଓଡିଶା

ଭାରସ୍ୟାମ ହରାଇ ଗଛକୁ ପିଟି ହେଲା କାର, ଜଣେ ମୃତ, ପାଞ୍ଚ ଗୁରୁତର ।

ସୋରଡ଼ା ସତ୍ୟକାନ୍ତ ପାତ୍ର ୨୫/୧୦:-ଗଞ୍ଜାମ ସୋରଡା ଆସିକା ଜାତୀୟ ରାଜପଥ ଭାଲିଆଗୋଚ୍ଛା ନିକଟରେ ରବିବାର ଅପରାହ୍ନ ରେ ରାସ୍ତା ପାର୍ଶ୍ୱ ଗଛ କୁ ପିଟି ହେଲା କାର ଜଣେ ମୃତ ହୋଇଥିବା ବେଳେ 6ଗୁରୁତର ହୋଇଛନ୍ତି l ପୋଲିସ ଅଗ୍ନିଶମ ପହଞ୍ଚି ସମସ୍ତଙ୍କୁ ସୋରଡ଼ା ସରକାରୀ ଡାକ୍ତରଖାନା ରେ ପହଞ୍ଚାଇ ଛନ୍ତି I ବୁର୍ଲ୍ଲI ର ଡକ୍ଟର ମାଧବ ନାୟକ ଓ ତାଙ୍କ ସ୍ତ୍ରୀ ଡାକ୍ତର ଲାବଣ୍ୟବତୀ ନାୟକ, ମା ଦ୍ରୌପଦୀ ନାୟକ ଶିଶୁ ଶ୍ରୀୟା ନାୟକ, ଶୁଭଲକ୍ଷ୍ମୀ ନାୟକ ଓ ଘର ର ଚାକରାଣୀ ପୂଜା ଛୁଟି ରେ ବ୍ରହ୍ମପୁର ଆସିଥିଲେ I ସେଠାରୁ ସୋରଡ଼ା ଦେଇ ଫେରୁଥିଲେ I ଦୁର୍ଘଟଣା ରେ କାରଟି ସମୂର୍ଣ୍ନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଦୀପକ ପ୍ରଧାନ ଙ୍କୁ ବହୁ କଷ୍ଟରେ ବାହାର କରାଯାଇଥିଲା I ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଚିକିତ୍ସା ଚାଲିଛି I ଚାକରାଣୀ ର ମୃତ୍ୟୁ ହୋଇଛି I ସମସ୍ତଙ୍କ ମୁଣ୍ଡ, ଗୋଡ଼, ହାତରେ ପ୍ରବଳ ଆଘାତ ଲାଗିଛି I ଥାନା ଅଧିକାରି ସୁନୀଲ କୁମାର୍ ପ୍ରଧାନ ଉପସ୍ଥିତ ରହି ସ୍ୱାସ୍ଥ୍ୟ ବ୍ୟବସ୍ଥା ତଦାରଖ କରୁଛନ୍ତି I,, କାର ଦୁର୍ଘଟଣା ଏକ ମୃତ୍ୟୁ, ୬ଗୁରୁତର,

Related Articles

Leave a Reply

Your email address will not be published. Required fields are marked *

Back to top button