ଓଡିଶା

ଜମି ଭାଗବଣ୍ଟା ବିବାଦ: ସାନଭାଇକୁ ରକ୍ତାକ୍ତ କଲା ବଡ଼ଭାଇ

ବେଲଗୁଣ୍ଠା,୨୯/୦୬, ଜମି ଭାଗବଣ୍ଟାକୁ ନେଇ ବଡ଼ଭାଇର ଆକ୍ରମଣରେ ସାନ ଭାଇ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ବାବୁଲା ମେକାପ(୫୦) ନାମକ ଜଣେ ବ୍ୟକ୍ତି ନିଜ ଜମିର ଡିମାର୍କେସନ୍ ବିଷୟରେ ବୁଝାସୁଝା କରିବା ପାଇଁ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ବାବୁଲାଙ୍କ ବଡ଼ ଭାଇ ସୁରେଶ ମେକାପ (୫୫) ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ବାବୁଲାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସୁରେଶଙ୍କ ସହିତ ତାଙ୍କ ପୁଅ ରାଜ୍ କିଶୋର ମେକାପ (୨୫) ମଧ୍ୟ ଏକ କାଠ ଫାଳିଆରେ ବାବୁଲାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଏହି ଆକ୍ରମଣ ସମୟରେ ଭିଡିଓ ରେକଡିଂ କରିବାରୁ ଉଭୟ ବାପା ପୁଅ ବାବୁଲାଙ୍କୁ ଛାଡ଼ି ଦେଇ ପଳାଇଥିଲେ। ବାବୁଲା ଆହତ ହୋଇଥିବା ଖବର ପାଇ ବାବୁଲାଙ୍କ ସ୍ତ୍ରୀ ଏବଂ ପୁଅ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାବୁଲାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ବାବୁଲାଙ୍କ ଡାହାଣ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ବେଲଗୁଣ୍ଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ପଠାଇ ଦେଇଥିବା ଜଣାପଡିଛି।

 

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button