ଓଡିଶା

ରକ୍ତଦାନ ହିଁ ଜୀବନ ଦାନ: ବ୍ରହ୍ମପୁର ‘ଅମୃତ ବିନ୍ଦୁ’ ଶିବିରରୁ ସଂଗୃହିତ ହେଲା ୨୭ ୟୁନିଟ୍ ରକ୍ତ

​ବ୍ରହ୍ମପୁର ୨୯/୦୬ଆଜି ବ୍ରହ୍ମପୁର ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ “ଅମୃତ ବିନ୍ଦୁ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ରକ୍ତହୀନତା କାରଣରୁ ଯେମିତି କାହାରି ଜୀବନ ନଯାଉ, ସେହି ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ଏହି ମହତ କାର୍ଯ୍ୟକୁ ସଫଳ କରିବାରେ ଏବଂ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାରେ ପ୍ରମୁଖ ସହଯୋଗ କରିଥିଲେ:ସ୍ୱାଧୀନ ପଟ୍ଟନାୟକ​,ଲଷ୍ମୀ ରେଡି​,ଭାସ୍କର ରାଓ,ପି. ହରିକୃଷ୍ଣ ରେଡି, ପି. ଭି. ସାଇ ପ୍ରସାଦ, ବାସୁଦେବ ଚର୍ଚି ଏବଂ ଲଷ୍ମୀ ନାରାୟଣ ପାତ୍ର ଏହି ସମସ୍ତ ସଦସ୍ୟଙ୍କ ନିଷ୍ଠାପର ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଆଜିର ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇପାରିଛି। ସମିତିର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।”ଆପଣଙ୍କର ଏକ ବିନ୍ଦୁ ରକ୍ତ, ଅନ୍ୟ ଜଣକ ପାଇଁ ଜୀବନର ଅମୃତ ପାଲଟିପାରେ।”

ବ୍ରହ୍ମପୁର ରୁ ସତ୍ୟନାରାୟଣ ପାତ୍ରଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button