ଓଡିଶା

ହିଞ୍ଜିଳିକାଟୁ ପୌର ପରିଷଦ ରେ ଟ୍ରାଫିକ ସମସ୍ୟାକୁ ନେଇ ପ୍ରସ୍ତୁତି ବୈଠକ 

ହିଞ୍ଜିଳି କାଟୁ ୨/୦୭ଗଞ୍ଜାମ ଜିଲ୍ଲା ହିଞ୍ଜିଳିକଟୁ ପୌରପରିଷଦ ରେ ଦିନକୁ ଦିନ ବହୁମାତ୍ରାରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଏକ ତାରିଖ ବୁଧବାର ଦିନ ସକାଳ ୧୧ ଘଣ୍ଟ ସମୟରେ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ଙ୍କ ଅଧକ୍ଷତାରେ ପୌରପରିଷଦର ସଭାକକ୍ଷ ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ,ତହସିଲଦାର ତପନ କୁମାର ମହାପାତ୍ର, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା, ଉପାଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା, ବିଧାୟକଙ୍କ ନଗର ପ୍ରତିନିଧି ପ୍ୟାରୀମୋହନ ପାଢୀ ମଞ୍ଚାସିନ ଥିଲେ। ବିଜୁପଟ୍ଟନାୟକ ଛକ ଠାରୁ ରଜାସାଈ ଛକ ଏବଂ ବିଜୁପଟ୍ଟନାୟକ ଛକ ଠାରୁ ବୃନ୍ଦାଵନ ବିଦ୍ୟାପୀଠ ପର୍ୟ୍ୟନ୍ତ ଓ ବିଜୁପଟ୍ଟନାୟକ ଛକ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବହୁ ମାତ୍ରାରେ ଟ୍ରାଫିକ ସମସ୍ୟା ହେଉଥିବା ଲକ୍ଷ୍ୟ କରାଯାଇଛି।ଏହି ସମସ୍ୟା କିପରି ସମାଧାନ ହେବ ଏହାକୁ ଦୃଷ୍ଟିରେ ରଖି ଭରତୀୟ ଜନତା ପାର୍ଟିର ନଗର ସଭାପତି,କଂଗ୍ରେସ ପାର୍ଟି ର ଜିଲ୍ଲା ଉପସଭାପତି,ବ୍ୟବସାୟୀ ସଂଘ,ବସ ୟୁନିଅନ ସଂଘ,ଓକିଲ ସଂଘ,ପୂର୍ତ୍ତବିଭାଗ ଯନ୍ତ୍ରୀ,ହାଇବେ ଯନ୍ତ୍ରୀ,ହିଞ୍ଜିଳି ଥାନା କର୍ମଚାରୀ,ପୌର ପରିଷଦର କିଛି ୱାର୍ଡ ମେମ୍ବର ଓ ସାମ୍ବାଦିକ ଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତଙ୍କର ସହମତି ପ୍ରକାରେ ପ୍ରସାଶନ ଉଚିତ୍ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।

ରଜନୀକାନ୍ତ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button