ଓଡିଶା

ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଓ ୭୭ତମ ବନମହୋତ୍ସବ ସପ୍ତାହ – ୨୦୨୬ ପାଳିତ।

ଖୋରଧା,୦୨।୦୭:ଖୋରଧା ଜିଲା ପଲ୍ଲତୋଟାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷାସପ୍ତାହ ପାଳନ ବୁଧବାର ଦିନ ହୋଇଯାଇଛି। ଏହି ଅବସରରେ ଭରତଚନ୍ଦ୍ର ଜେନା ସେଣ୍ଟର ଫର ଇଂବି୍ରୋମେଣ୍ଟାଲ ସ୍ଟୁଡ଼ିଇସ (ଭୁବନେଶ୍ୱର), କୁନାଲ ଦାସ ଯନ୍ତ୍ରୀ ବିଦ୍ୟୁତ ବିଭାଗ (ଭୁବନେଶ୍ୱର) ଓ ସତ୍ୟନାରାୟଣ ବାରିକ ମୁଖ୍ୟଯନ୍ତ୍ରୀ ବିଦ୍ୟୁତ ବିଭାଗ (ଭୁବନେଶ୍ୱର) ଆଦି ଯୋଗଦାନ କରିଥିଲେ। ଟାଟା ପକ୍ଷରୁ ଅତିଥି ମାନେ ବିଦ୍ୟୁତ ସୁରକ୍ଷା ଉପରେ ଆଲୋକପାତ ଓ ବୈଦୁତିକ ସୁରକ୍ଷାର ଶପଥ ପାଠ କରାଯାଇଥିଲା। ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ହେବା ସହ ବୈଦୁତିକ ସୁରକ୍ଷା ଉପରେ ବିଦ୍ୟାଳୟରେ ଏକ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରପି ଏବଂ ସାର୍ଟିଫିକେଟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର କମିଟୀର ସଭ୍ୟା ଅଞ୍ଜନ କୁମାର ରାୟ, ସ୍ଵପ୍ନେଶ୍ଵର ମୁଦୁଲି, ପ୍ରଶାନ୍ତ ପାଇକରାୟ ଆଦି ଏହି ଅବସରରେ ଯୋଗଦାନ କରଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ, ଶିକ୍ଷୟତ୍ରୀ – ଲୋଚନ ମଣ୍ଡଳ, ସୁହାସିନୀ ମିଶ୍ର, ସୁଜାତା ଶୁଭୁଡି, ଅଳକା ଦାସ, କଳ୍ପିତ ବିଶୋଇ, ପୁଷ୍ପାଞ୍ଜଳି ପତ୍ର ଏବଂ ଅନ୍ୟ କର୍ମଚାରୀ ତଥା ଜ୍ୟୋତି ରଞ୍ଜନ ମହାରଥା, ସୁଜାତା ବେହେରା,ରତ୍ନମାନୀ ଦେବୀ। ଆଦି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ଖୋର୍ଦ୍ଧାରୁ ମହମ୍ମଦ ଫଜଲୁର ରହମାନଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ ।

Related Articles

Leave a Reply

Your email address will not be published. Required fields are marked *

Back to top button