**”କୋରାପୁଟରେ ପୁଣି ମାଓଙ୍କୁ ବଡ଼ ଝଟକା… ତେନ୍ତୁଳିଗୁମ୍ଫା ଜଙ୍ଗଲରୁ ଠାବ ହେଲା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭଣ୍ଡାର।”**

କୋରାପୁଟ ଜିଲ୍ଲାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି ସୁରକ୍ଷାବାହିନୀ। ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ଫା ଜଙ୍ଗଲରୁ ପୁଣି ଏକ ମାଓ ଡମ୍ପ ଠାବ କରାଯାଇଛି।
ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କ ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲାଣ୍ଟାରୀ ଫୋର୍ସ (DVF) ଯବାନମାନେ ଚଢ଼ାଉ କରି ଏହି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ରହିଛି ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି, ଡିଟୋନେଟର, ଗୁଳି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୂଚନା ଯେ, ମାତ୍ର ୧୦ ଦିନ ପୂର୍ବରୁ ମଧ୍ୟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଆଉ ଏକ ମାଓ ଡମ୍ପ ଠାବ କରାଯାଇଥିଲା। ବାରମ୍ବାର ଏଭଳି ମାଓ ଡମ୍ପ ଜବତ ହେବା ସୁରକ୍ଷାବାହିନୀଙ୍କ ସଫଳ ଗୁଇନ୍ଦା କାର୍ଯ୍ୟ ଏବଂ ମାଓ ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ, ଅଧିକ ଲୁଚାଇ ରଖାଯାଇଥିବା ମାଓ ସାମଗ୍ରୀର ସନ୍ଧାନ ପାଇଁ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି। �



