ଓଡିଶା

ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ; ଭଡ଼ାଘରୁ ମିଳିଲା କଙ୍କାଳ ସଦୃଶ ଶବ, ପୁତ୍ରରୂପୀ ସଇତାନ ଫେରାର

ପୁରୀ,୨୪ ଅଗଷ୍ଟ ବ୍ୟୁରୋ ରିପୋର୍ଟ:ଧରାପୃଷ୍ଠରେ କଳିଯୁଗର ସବୁଠାରୁ କଳଙ୍କିତ ଚିତ୍ର । ଯେଉଁ ମା’ ଦଶ ମାସ ଦଶ ଦିନ ଗର୍ଭରେ ରଖି କଷ୍ଟ ସହି ଜନ୍ମ ଦେଇଥିଲା,ସେହି ଜନ୍ମଦାତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ରକ୍ତମୁଖା ପୁଅ । କେବଳ ହତ୍ୟା କରିନାହିଁ, ବରଂ ପାପକୁ ଲୁଚାଇବା ପାଇଁ ଭଡ଼ାଘରର ରୋଷେଇ ଘର ସ୍ଲାବ୍ ତଳେ ମା’ର ମୃତଦେହକୁ ପୋତି ସେଠାରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଛି । ଏଭଳି ଏକ ଚାଞ୍ଚଲ୍ୟକର ତଥା ପିଶାଚିକ କାଣ୍ଡ ଜଗନ୍ନାଥ ଧାମ ପୁରୀ ସହରର କୁମ୍ଭାରପଡ଼ା ଥାନା ଇଲାକାରେ ଘଟିଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳ ତଥା ସମଗ୍ର ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଏବଂ କୋକୁଆଭୟ ସୃଷ୍ଟି କରିଛି ।ଭଡ଼ାଘରୁ ବାହାରିଲା ରହସ୍ୟମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ସାହିରେ ମନୋରମା ସାହୁଙ୍କ ଘରକୁ ଏହି ମାଆ-ପୁଅ ଭଡ଼ା ସୂତ୍ରରେ ନେଇ ରହିଥିଲେ । ଗତ କିଛି ଦିନ ହେବ ଘରୁ ଦୁର୍ଗନ୍ଧ ବାହାରିବା ସହ ପୁଅ ଜଣଙ୍କ ହଠାତ୍ କୁଆଡ଼େ ଫେରାର ହୋଇଯାଇଥିଲା । ମାଆର ମଧ୍ୟ କୌଣସି ପତ୍ତା ମିଳିନଥିଲା । ଘର ମାଲିକଙ୍କ ସନ୍ଦେହ ହେବାରୁ ସେ ରୋଷେଇ ଘର ଭିତରକୁ ଯାଇ ଦେଖିଥିଲେ ଯେ,ସ୍ଲାବ୍ ତଳ ଅଂଶକୁ ସଦ୍ୟ ସିମେଣ୍ଟରେ ପ୍ଲାଷ୍ଟର କରାଯାଇ ବନ୍ଦ କରାଯାଇଛି । ସେଠାରୁ ହିଁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିଲା ।ପୋଲିସର ଛାନଭିନ୍, ସାଇଣ୍ଟିଫିକ୍ ଟିମ୍ ମୁତୟନଘର ମାଲିକଙ୍କ ଠାରୁ ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୋଷେଇ ଘରର ସେହି ପ୍ଲାଷ୍ଟର କରାଯାଇଥିବା ସ୍ଲାବକୁ ଖୋଳାଯାଇ ମୃତଦେହ ଉଦ୍ଧାର କରାଯାଇଛି । ଶବଟି ସମ୍ପୂର୍ଣ୍ଣ ଭାବେ ପଚିଯାଇ କଙ୍କାଳ ଅବସ୍ଥାକୁ ଚାଲିଆସିଥିବା ଜଣାପଡ଼ିଛି ଯାହା ସୂଚାଉଛି ଯେ ହତ୍ୟାକାଣ୍ଡ ପ୍ରାୟ ଅନେକ ଦିନ ପୂର୍ବରୁ ଘଟି ସାରିଥିଲା ।କେଉଁ ଆଡ଼େ ଗଲା ମାନବ ସମାଜ? ଏହି ଘଟଣା ସମଗ୍ର ମାନବ ସମାଜର ବିବେକକୁ ଦୋହଲାଇ ଦେଇଛି । କୁହାଯାଉଛି, ଯଦି ନିଜ ବାପାର ସମ୍ପତ୍ତି ବା ଘର ହୋଇଥାନ୍ତା, ତେବେ ହୁଏତ ସଇତାନ ପୁଅଟି ଏଭଳି କରିନଥାନ୍ତା । ମାତ୍ର ପର ଘରକୁ ଭଡ଼ା ନେଇ, ସେହି ଘରର ପବିତ୍ର ରୋଷେଇ ଘରକୁ ମଶାଣି ପଲଟି ଦେବାକୁ ପଛାଇଲା ନାହିଁ ଏହି ନୃଶଂସ ପୁତ୍ର ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । କେଉଁ କାରଣ ପାଇଁ ପୁଅ ଏତେ ବଡ଼ ଚରମ ନିଷ୍ପତ୍ତି ନେଲା ଏବଂ ନିଜ ମା’ର ଜୀବନ ନେଲା, ତାହା ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ସ୍ପଷ୍ଟ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button