ଓଡିଶା

ଅଡବା ପୋଲିସକୁ ବଡ଼ ସଫଳତା: ବସରୁ ମିଳିଲା ୭ ଲକ୍ଷ ଟଙ୍କାର ବେଆଇନ ଗୁଟଖା

ଗଜପତି ୨୪/୦୮: ଗଜପତି ଜିଲ୍ଲା ଅଡବା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଘରୋଇ ଯାତ୍ରୀବାହି ବସରୁ ବିପୁଳ ପରିମାଣର ବେଆଇନ ଗୁଟଖା ଜବତ କରିଛି ପୋଲିସ। ଜବତ ହୋଇଥିବା ଗୁଟଖାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଯେ’କାମଧେନୁ’ ନାମକ ଏକ ଘରୋଇ ଯାତ୍ରୀବାହି ବସ ବ୍ରହ୍ମପୁରରୁ ଉମରକୋଟ ଆଡ଼କୁ ଯାଉଥିଲା। ଏହି ସମୟରେ ଅଡବା ଥାନା ନିକଟରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ସନ୍ଦେହଜନକ ଭାବେ ବସଟିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୭ଟି ବଡ଼ ବସ୍ତାରେ ବେଆଇନ ଗୁଟଖା ଚାଲାଣ ହେଉଥିବା ପୋଲିସ ନଜରକୁ ଆସିଥିଲା। ଚାଲାଣ ହେଉଥିବା ଗୁଟଖା ସମ୍ପର୍କରେ ଗାଡ଼ିର ଚାଳକ କିମ୍ବା ସହଯୋଗୀ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ପୋଲିସ ତୁରନ୍ତ ସମସ୍ତ ଗୁଟଖା ବସ୍ତାକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button