ଓଡିଶା

ତିନିବର୍ଷ ର ପୁଅର ପେଟରେ ଲୁହା କଣ୍ଟା

ବେଲଗୁଣ୍ଠା ୨୫/୦୮:ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆମ୍ବପୁଆ ନିକଟସ୍ଥା ଚଢିଆ ପଲ୍ଲୀ ରେ 28ଦିନ ହେଲା ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ 28 ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲୀ ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ 29 ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚିଆ ଲୁହା କଣ୍ଟା ତଳୁ ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସରା କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର ଏକ୍ସରା କରାଇ ଦେଖିବା ପରେ ଡ଼କ୍ଟର କହିଲେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି । ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ଗାଁ ର ସରପଞ୍ଚ ନିଜ ବଡ଼ ମା ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button