ଓଡିଶା
ଗଞ୍ଜାମ ଜିଲ୍ଲା ଅ।ସିକା ପୋଲିସ ପ୍ରଶାସନକୁ ମିଳିଛି ଏକ ବିରାଟ ସଫଳତା

ମୟୁରଭଞ୍ଜ ୨୪/୦୮: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ର ବିଭିନ୍ନ ଥାନା ଇଲାକା ରୁ ଗଲା ଅନେକ ଦିନ ହେବ ସୁନା ରୂପା ଚୋରି ହେଉଥିବାର ଘନ ଘନ ଅଭିଯୋଗ ହୋଇଅ।ସୁଥିଲା । ତଥାପି ମୟୂରଭଞ୍ଜ ପୋଲିସ ପ୍ରଶାସନ ଡକାୟତ ମାନଙ୍କୁ ଧରିବାରେ ବିଫଳ ହେଉଥିବା ବେଳେ ମୋରଡା ଥାନା ଇଲାକାର ଏକ ହାଟରୁ ଗୋଟିଏ ମୋଟରସାଇକେଲ କୁ ପୋଲିସ ଜବତ କରିଥିଲା । ତେବେ ମୋଟସାଇକେଲକୁ ଜବତ କରିବା ପରେ ଚୋରି ଚେର ଅ।ସିକା ବୋଲି ଜଣାପଡିଥିଲା । ଏଥିସହ ମୟୂରଭଞ୍ଜ ଓ ଅ।ସିକା ପୋଲିସ ପ୍ରଶାସନ ଅ।ସିକାରେ ଚଢଉା କରି ଏନ.ନରେଶ ପ୍ରଧାନ ନାମକ ଯୁବକକୁ ଗିରଫ କରିବାରେ ସଫଳ ହୋଇପାରିଥିଲା । ଏଥିସହ ଗିରଫ ଯୁବକ ଠାରୁ ସାଢେ 7 କିଲୋ ରୂପା ଓ 60 ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବାର ସୂଚନା ଦେଇଛନ୍ତି ଅ।ସିକା ଏସଡିପିଓ । ଏଥିସହ ଅ।ଗକୁ ଏଥିରେ ଯେଉଁମାନେ ସାମିଲ ଥିବେ ସମସ୍ତଙ୍କୁ ଧରାଯିବ ବୋଲୁ ଏସଡିପିଓ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।



