ଓଡିଶା

ଭଞ୍ଜନଗର: ୪୦ କେଜି ଗଞ୍ଜେଇ ସହ ଥାର ଗାଡ଼ି ଜବତ, ଜଣେ ଗିରଫ

ଭଞ୍ଜନଗର (ଶ୍ରୀ ନ୍ୟୁଜ ବ୍ୟୁରୋ) ୫/୧୦ : ଭଞ୍ଜନଗର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ଗଞ୍ଜେଇ ଚାଲାଣ ଉପରେ ଚଢ଼ାଉ କରି ଅବକାରୀ ବିଭାଗ ୪୦ କିଲୋଗ୍ରାମ ଗଞ୍ଜେଇ ସହ ଏକ ଦାମୀ ‘ଥାର୍’ ଗାଡ଼ି ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।​ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ପହଣ୍ଡା ଏହାର ଆଖପାଖ ଅଞ୍ଚଳ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅବକାରୀ ଆଇଆଇସି (IIC) ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପେଟ୍ରୋଲିଂ ଓ ଯାଞ୍ଚ କଡ଼ାକଡ଼ି କରିଥିଲେ।​ଯାଞ୍ଚ ସମୟରେ ଏକ ସନ୍ଦେହଜନକ ‘ଥାର୍’ ଗାଡ଼ିକୁ ରଖି ଅବକାରୀ ଟିମ୍ ତଲାସି କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ଲୁଚାଯାଇ ରଖାଯାଇଥିବା ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତମ ହେନ୍ଦ୍ର ବେହେରା କୁ ଘଟଣାସ୍ଥଳରୁ କାବୁ କରି ଗିରଫ କରାଯାଇଛି।​ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୪ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅବକାରୀ ବିଭାଗ ଏନ୍.ଡି.ପି.ଏସ୍ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଇଛି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କାହାକୁ ଯୋଗାଇବା ପାଇଁ ଯୋଜନା ଥିଲା, ସେ ନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button