ଜାଣନ୍ତୁ ଆଜିର ରାଶିଫଳ…

ମେଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ବେପାରରେ ଆଶାଜନକ ଫଳ ପାଇବେ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପ୍ରେମରେ ସଫଳତା ପାଇବେ।
ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆମଦାନି ବୃଦ୍ଧି ପାଇଁ ଚିନ୍ତା କରନ୍ତୁ। ବେପାର କାମରେ ଦୂରସ୍ଥାନକୁ ଯିବେ। ପରିବାର ଲୋକଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥା ହେବେ।
ମିଥୁନ: ଆପଣଙ୍କ କାମରେ କୌଣସି ବନ୍ଧୁ ସାହାଯ୍ୟ କରିବେ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ସଡ଼କର ଦୁଇ ଦିଗକୁ ଦେଖି ପାର ହୁଅନ୍ତୁ।
କର୍କଟ: ପରବାରର ସମସ୍ତ ଲୋକଙ୍କୁ ଆନନ୍ଦ ପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ ପାଖକୁ କୌଣସି ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ଅବସର ପାଇବେ।
ସିଂହ: ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ବିରୋଧୀ ଆପଣଙ୍କ ଠାରୁ ଦୂରତା ବନାଇ ରହିବେ। ପ୍ରିୟଜନ ସହିତ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଶୁଭ ଖବର ପାଇବେ।
କନ୍ୟା: ପୂର୍ବ ବିଚାରକୁ ବାଦ ଦେଇ ନୂଆ ବିଚାର ଗ୍ରହଣ କରିବେ। ଅଫିସରେ ପରିବେଶ ଭଲ ରହିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଛାତ୍ରୀଙ୍କ ଲାଗି କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ।
ତୁଳା: ଅଧୁରା ଥିବା କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ସଂଚାର ହେବ।
ବିଛା: ନୂଆ ଲୋକମାନଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଯେଉଁ କାର୍ଯ୍ୟ କରିବାକୁ ଚାହିବେ ତାହା ସହଜରେ ସଂପୂର୍ଣ୍ଣ ହୋଇଯିବ। କୌଣସି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ଘରର ବାତାବରଣ ଭଲ ରହିବ।
ମକର: ବନ୍ଧୁମାନଙ୍କ ସହ ମଉଜମସ୍ତିରେ ସମୟ ଅତିବାହିତ କରିବେ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହିତ ତାଳମେଳ ରଖନ୍ତୁ। ଶିକ୍ଷକଙ୍କୁ ପୁରସ୍କାର ମିଳିବ। ବେପାରରେ ଉନ୍ନତି ହେବ।
କୁମ୍ଭ: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଆପଣ କୌଣସି ବଡ଼ ଖୁସି ଖବର ପାଇବେ। ପେସାଦାର ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।
ମୀନ: ଦୀର୍ଘ ଦିନର ଅଧୁରାଥିବା କାମ ପୂରା ହୋଇଯିବ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରିପାରନ୍ତି। ସନ୍ତାନ ପକ୍ଷରୁ ଖୁସି ପାଇବେ।