କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର

ଗଞ୍ଜାମ ୨୬/୦୬ ହିଞ୍ଜିଳି କାଟୁ ବ୍ଲକ୍ ଅନ୍ତର୍ଗତ କେ.ଖରିଡା ପଞ୍ଚାୟତ ର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ୨୬ତାରିଖ ଶୁକ୍ରୁବାର ଦିନ ଭାରତୀୟ ଜନତା ପାର୍ଟିର ଯୁବନେତା ରାକେଶ ରଥ ଙ୍କ ପୌରହିତ୍ୟ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିନ ଉପଲକ୍ଷେ ମେଗା ସ୍ଵାସ୍ଥ୍ୟ ମେଳା ବା ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲେ।ଏହି ପରିପ୍ରେକ୍ଷୀରେ ଖରିଡା ଗ୍ରାମର ଶତାଧିକ ମହିଳା,ପୁରୁଷ ଓ ବୃଦ୍ଧ ବ୍ୟକ୍ତି ମାନେ ଚିଖିତ୍ସିତ ହୋଇ ବହୁତ ଆନନ୍ଦ ଅନୁଭବ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଷ୍ଟାପ୍ ଙ୍କ ସହ ଡ.ହୃଷିକେଶ ସାହୁ,ଫିଯିଓଥେରାପି ଡ.ନିବାସ ନାହାକ,ଫାର୍ମାସିଷ୍ଟ ଆକାଶ ମାହାପାତ୍ର ମେଗା ସ୍ଵାସ୍ଥ୍ୟ ମେଳା ରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ।ଏହି ସ୍ଵାସ୍ଥ୍ୟ ମେଳା ରେ ଜିତେନ୍ଦ୍ର ସାମଲ, ସମାଜସେବୀ ସୁନୀଲ୍ ପଟ୍ଟନାୟକ, ସାଗର ସେଠୀ,କିସନ୍ ବେହେରା,ପ୍ରତାପ ବେହେରା,ଶ୍ରିହାଂଶୁ ବେହେରା,ଶ୍ରୀତମ ବେହେରା,ବଂଶୀଧର ପ୍ରଧାନ ସହୋଯୋଗ କରିଥିଲେ।
ବ୍ରହ୍ମପୁର ରୁ ରଜନୀକାନ୍ତ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ



