ଓଡିଶା

ଭଞ୍ଜନଗରରେ ରକ୍ତବୀର ସମ୍ମାନ-୨୦୨୬, କବି ସମ୍ରାଟ ମିଡ଼ିଆ କ୍ଲବର ୫ ସାମ୍ବାଦିକ ସମ୍ମାନିତ

  1. ଗଞ୍ଜାମ୨୬/୦୬ ଭଞ୍ଜନଗର ରକ୍ତର ଅଭାବରେ ଯେପରି କୌଣସି ଜୀବନ ହାରି ନଯାଏ, ସେଥିପାଇଁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଅବଦାନ ଅତୁଳନୀୟ। ଜଣେ ଅଜଣା ବ୍ୟକ୍ତିଙ୍କୁ ରକ୍ତଦାନ କରିଜୀବନ ବଞ୍ଚାଇବା ଏକ ମହାନ ସେବା ବୋଲି ମତ ପ୍ରକାଶ ପାଇଛି।ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ‘ରକ୍ତବୀର ସମ୍ମାନ-୨୦୨୬’ କାର୍ଯ୍ୟକ୍ରମରେ ଭଞ୍ଜନଗର ଅଞ୍ଚଳର ୬୨ ଜଣ ନିୟମିତ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଛି।ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିପଦର ବନ୍ଧୁ ଅନୁଷ୍ଠାନର ପ୍ରତିଷ୍ଠାତା ଜି. ଶିବରାମ ପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଶିକ୍ଷାବିତ ସନ୍ତୋଷ ଜେନା, ଜଗବନ୍ଧୁ ଜେନା ଓ ଶୂଳପାଣି ଶତପଥୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ମହାନ ସେବାକୁ ପ୍ରଶଂସା କରିଥିଲେ।ଏହି ଅବସରରେ ଭଞ୍ଜନଗରର ଅଗ୍ରଣୀ କବି ସମ୍ରାଟ ମିଡ଼ିଆ କ୍ଲବର ୫ ଜଣ କାର୍ଯ୍ୟକାରୀ ସଦସ୍ୟ ତଥା ସାମ୍ବାଦିକଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି।ନିକଟରେ କବି ସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ୯୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ରକ୍ତ ଅଭାବ ଦୂର କରିବାରେ ଉଲ୍ଲେଖନୀୟ ଭୂମିକା ନିଆଯାଇଥିଲା। ଏହି ସେବାକୁ ସମ୍ମାନ ଜଣାଇ କ୍ଲବର ପ୍ରଦୀପ କୁମାର ସ୍ୱାଇଁ, ଚିନ୍ମୟ ଵେବର୍ତ୍ତ, ଦୁର୍ଗା ମାଧବ ଆଚାରୀ, ପୁରୁଷୋତ୍ତମ ମହାପାତ୍ର, ରଂଜିତ ଜେନା ସଦସ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀଅରକ୍ଷିତ ପରିଚ୍ଛା ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ଜେନା, ଓ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button