ଓଡିଶା

ଧର୍ମ ଅଲଗା, ହୃଦୟ ଏକ: ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଆମ ପରିବାର”

"ଧର୍ମ ଅଲଗା, ହୃଦୟ ଏକ: ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଆମ ପରିବାର"

ଖୋର୍ଦ୍ଧା ,୨୮/୦୬: ଆଜି ଖୋର୍ଦ୍ଧା ଜିଲା ସରଧାରପୁର ଗ୍ରାମରେ ଅକିକ ୱେଲଫ୍ୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମୋହରମ ପର୍ବର ଏକ ଅଭିନବ ପ୍ରୟାସ ଯେଉଁଥିରେ ହିନ୍ଦୁ, ମୁସଲମାନ ସମସ୍ତେ ଅସହାୟ ଓ ଗରିବ ଶ୍ରେଣୀର ପରିବାରକୁ ୧୦ କିଲୋ ଅଟା ପ୍ୟାକେଟ ପ୍ରାୟ ୧୦୦ ଜଣ ପରିବାରକୁ ମାଗଣା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ବେଣାପଞ୍ଜୁରି,ବିଶିଆପଡା ସରଧାପୁର, ତରତୁଆ ଗ୍ରାମର ଅସହାୟ ଭିନ୍ନକ୍ଷମ, ବିଧବା ମହିଳା, ବୃଦ୍ଧା, ଏବଂ ଅନାଥ ମାନଙ୍କୁ ମାଗଣା ରାସନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟଟି ୨୪ ତାରିଖ ବେଣାପାଞ୍ଜରୀ ପୁରୁଣା ମଦରସା ଏବଂ ଆଜି ସରଧାପୁର ମହମ୍ମଦ ରଫିକଙ୍କ ନିଜ ବାସସ୍ଥାନରେ ଅନୁଷ୍ଠିତ କରାଯାଇଥିଲା। ଏହି ମହତ୍ କାର୍ଯ୍ୟଟିକୁ ଆକିକ ୱେଲଫ୍ୟାର ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷ ମହମ୍ମଦ ରଫିକଙ୍କ ତତ୍ତ୍ଵାବଧାନରେ ହୋଇଯାଇଛି। ଫାଓଉଣ୍ଡେସନର ମୂଳ ଲକ୍ଷ ଅତି ଗରିବ ଲୋକ ଯାହାର କେହି ସାହା ଭରଷା ନଥିବେ, ଯିଏ ଶାରୀରିକ ଅକ୍ଷମ, ଅନାଥ, ବିଧବା ମହିଳା, ବୃଦ୍ଧା କିମ୍ବା ଅନ୍ୟ କୌଣସି କାରଣରୁ ଅଭାବ ଅନାଟନରେ ଜୀବନ ଜୀବିକା କରୁଥିବା ସେହି ଭଳି ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ ହାତ ଦେଇ ଆଶୀର୍ବାଦର କାମନା କରେ ବୋଲି ଅକିକ ୱେଲଫୈର ଫାଉଣ୍ଡେସନ ଅଧକ୍ଷ ମହମ୍ମଦ ରଫିକ କହିଛନ୍ତି।  ବିଶେଷ କରି ଲୋକମାନଙ୍କର ଜରୁରୀ ଆବଶ୍ୟକ ହେଉଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଏହି ସମସ୍ତ ଉଦେଶ୍ୟ ରଖି ପୂର୍ବ ବର୍ଷ ଜୁନ ମାସରେ ଆରମ୍ଭ କରିଥିଲେ ଏହି ଅକିକ ୱେଲଫୈର ଫାଉଣ୍ଡେସନଟିକୁ। ଆରମ୍ଭର ପରଠାରୁ ବହୁ ସମାଜ ସେବି ମହମ୍ମଦ ରଫିକ ସହ ମିଶି ସହଯୋଗ କରୁଛନ୍ତି। ଏହି ସଂସ୍ଥାନ ବହୁ ଗୁଡିଏ ମହତ୍ୱପୂର୍ଣ କାର୍ଯ୍ୟ କରିଆସିଛି ଯାହାକି ଗରିବ ଝିଅକୁ ସମଗ୍ର ଆବଶ୍ୟକ ସାମଗ୍ରୀ ଦେଇ ବିଭାହ କରିବା, ରମଜାନ ମାସରେ ଅତ୍ୟାବଶକ ରାସନ ବଣ୍ଟନ କରିବା, ଲୁଗା ବିତରଣ କରିବା ଆଦି କାର୍ଯ୍ୟ କରାଯାଇଛି। ଆଗକୁ ଫାଉଣ୍ଡେସନ ପାକ୍ଷରୁ ଶିକ୍ଷା ବ୍ୟବସ୍ତା ଉପରେ ଗୁରୁତ୍ୱ ଦିଆଯାଇଛି ଯେଉଁଥିରେ ଅତି ଗରିବ ଶ୍ରେଣୀର ପୁଅ ଝିଅ ଯିଏ ଭଲ ପାଠ ପଢିବାକୁ ଚାହିଁବେ ସେମାନଙ୍କୁ ସାହାଯ୍ୟ କରାଯିବବୋଲି ଫାଉଣ୍ଡେସନ ଅଧକ୍ଷ ମହମ୍ମଦ ରଫିକ କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ସମାଜସେବୀ ତଥା ତରତୁଆ ଗ୍ରାମର ମହମ୍ମଦ ୱାହୀଦ, ସରଧାପୁର ଗ୍ରାମର ହାଜି ଇସ୍ମାଇଲ, ମହମ୍ମଦ ସାଦାତ ଅଲି, ମହମ୍ମଦ ଫକୁରୁଦ୍ଦିନ ଓ ମହମ୍ମଦ ଯାଇମୁଲ ହକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମର ଅଧକ୍ଷ ମହମ୍ମଦ ରଫିକଙ୍କ ଭଳି ଧାର୍ମିକ ବ୍ୟକ୍ତିଙ୍କ ମଙ୍ଗଳ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧା ରୁ ମହମ୍ମଦ ଫଜଲୁର ରହମାନଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button