ଓଡିଶା

୮ଲକ୍ଷ ଟଙ୍କା ଧଳା ଜହର ସହ ୧ ଗିରଫ, ଅବକାରୀ ଖୋରଧା

ଖୋର୍ଦ୍ଧା ୩୦/୦୬ ଜଟଣୀ ଅବକାରୀ ବିଭାଗ ପକ୍ଷରୁ ଜଟଣୀ ମୁଣ୍ଡିଆ ସାହି ମଙ୍ଗଳା ମନ୍ଦିରରେ ଚଢ଼ାଉ କରି ୮ ଲକ୍ଷ ଟଙ୍କାର ଧଳା ଜହର ଜବତ ସହ ଅଭିଯୁକ୍ତ ଗତିଶ୍ଵର ସେନାପତିକୁ ଗିରଫ କରାଯାଇଛି।ଖୋର୍ଦ୍ଧା ଜିଲା ଅବକାରୀ ଆରକ୍ଷୀ ଅଧିକାରୀ ଶ୍ରୀମତୀ ସୁଷୁମ ତ୍ରିପାଠୀଙ୍କ ନିର୍ଦେଶ କ୍ରମେ ଖୋରଧା ଅବକାରୀ ନିରକ୍ଷକ ଶ୍ରୀ ରାଧାକାନ୍ତ ଭୋଇ ତତ୍ୱାଧୀନରେ ଓ. ଆଇ.ସି ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ଦିନ ୧୦ ଘଟିକା ସମୟରେ ଜଟଣୀ ମୁଣ୍ଡିଆ ସାହି ମା ମଙ୍ଗଳା ମନ୍ଦିରରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଗତିଶ୍ଵର ସେନାପତି ବୟସ ୨୧ ପିତା- ମୁତ ଶ୍ରୀ କୁମାର ସେନାପତି, ଗ୍ରାମ- ଗଜପତି ନଗର, ଜଟଣୀ ଅଞ୍ଚଳ ପାଖରୁ ୮୦ ଗ୍ରାମ ଧଳା ଜହର କାରବାର କରୁଥିବା ବେଳେ ଅବକାରୀ ବିଭାଗ କାବୁ କରିଥିଲା। ଯାହାର ଆନୁମାନିକ ମୁଲ୍ୟ ୮ ଲକ୍ଷ ହେବା ବୋଲି ସୂଚନା୨ ଦିଆଯାଇଥିଲା। ଅଭିଯୁକ୍ତକୁ ନାମରେ ଏନ.ଡି.ପି,ଏସ ନମ୍ବର ୫୮/୨୬-୨୭ ଏକ କେଶ ରୁଜୁକରି କୋଟି ଚାଲାଣ କରାଯାଇଛି।ଅବକାରୀ ଚଢଉରେ ଏ.ଏସ.ଆଇ ଜିତେନ୍ଦ୍ର ବେହେରା, ଏ.ଏସ.ଆଇ ସୁମତି ମହାନ୍ତି, ଟିଟୁ ସାହୁ,ପାଣ୍ଡଵ ବେହେରା,ସାନନ୍ଦ କୁମାର ଓ ଚିନ୍ମୟ ସେଠି ଆଦି ପ୍ରମୁଖ ସାମିଲ ହୋଇଥିଲେ।

 ଖୋର୍ଦ୍ଧା ରୁ ମହମ୍ମଦ ଫୁଜଲୁର ରହମାନ ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ ଓଡ଼ିଆ

Related Articles

Leave a Reply

Your email address will not be published. Required fields are marked *

Back to top button