ଓଡିଶା

ବେଲଗୁଣ୍ଠା ରେ ମହାପ୍ରଭୁ ସାନ୍ନ ଯାତ୍ରା

ବେଲଗୁଣ୍ଠା,୩0/୦୬-ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହର ସମେତ ଏହି ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ରୀତିନୀତି ମୁତାବକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠାର ପେଣ୍ଠ ସାହି,ବାଲିଡି ସାହିର ଜଗନ୍ନାଥ ମନ୍ଦିର, ପାଇଲିପଡ଼ା,ଜୟନ୍ତିଗଡ ଏବଂ ମାଧବରିଡାର ଜଗନ୍ନାଥ ମନ୍ଦିର ଏବଂ ଗୋବରା ଗ୍ରାମର ଦଧିବାମନ ଜୀଉ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନିର୍ଦ୍ଧାରିତ ନୀତିନିର୍ଘଣ୍ଟରେ ସମାପନ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ହାତୀ ବେଶ ଦେଖିବା ପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଜି ବେଲଗୁଣ୍ଠାରେ ଭୋର୍ ୫ ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ମହାପ୍ରଭୁ ଦଧି ବାମନ,ମଦନ ମୋହନ ଏବଂ ମାଧବଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା। ଏହାପରେ ୧୦୮ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ଅନୁଷ୍ଠିତ ହୋଇଥିଲା। ଏହାପରେ ଅପରାହ୍ଣ ୪ ଘଣ୍ଟା ସମୟରେ ଶ୍ରୀ ଜିଉ ଅଣସର ପିଣ୍ଡିକୁ ବିଜେ କରିଥିଲେ। ଏହି ଅବସରରେ ପାରମ୍ପରିକ ବାଦ୍ୟ ବାଜଣା,ଘଣ୍ଟ ବାଦ୍ୟ,ହରିବୋଲ, ହୁଳହୁଳି,ଜୟ ଜଗନ୍ନାଥ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପୂଜକ ଶ୍ୟାମ ସୁନ୍ଦର ପଣ୍ଡା,ରାଧା ମୋହନ ଦାସ,ଅନୀଲ କୁମାର ପାତ୍ର,ବଳରାମ ପଣ୍ଡା,ପୁରୋହିତ ଦୂର୍ଗା ପ୍ରସାଦ ପତି,ଶୁଭକାନ୍ତ ପତି,ଗଜେନ୍ଦ୍ର ନାଥ ପତି,ଗୌରିଶଙ୍କର ପତି,ହାଡିବନ୍ଧୁ ପତି,ଦଇତାପତି ଅର୍ଜ୍ଜୁନ ପଣ୍ଡା,ବୁବୁନୁ ପଣ୍ଡା,ଗୌରାଙ୍ଗ ସାହୁ,ମହେଶ୍ୱର ପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବାଲିଡ଼ି ସାହି ଜଗନ୍ନାଥ ମନ୍ଦିରରେ ମୁଖ୍ୟ ପୂଜକ ପବିତ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ସ୍ନାନ ଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button