ଓଡିଶା

ଷ୍ଟେଟ୍‌ ବ୍ୟାଙ୍କରେ ଚାକିରି କରାଇଦେବା ନାଁରେ ଠକେଇ: ଜାଲ୍ ନିଯୁକ୍ତି ର‍୍ୟାକେଟ୍‌ର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଛତ୍ରପୁର ୧୮/୦୮:ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରାଇଦେବା ବାହାନାରେ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଏକ ଜାଲ୍ ନିଯୁକ୍ତି ର‍୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି ଛତ୍ରପୁର ପୋଲିସ। ଏହି ସମ୍ବେଦନଶୀଳ ମାମଲାରେ ସଂପୃକ୍ତ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ବହୁ ପରିମାଣର ଜାଲ୍ ନିଯୁକ୍ତି ପତ୍ର ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଘଟଣାର ପୃଷ୍ଠଭୂମି ଓ ଅଭିଯୋଗ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ‘ପ୍ରମେୟ’ ଦୈନିକ ସମ୍ବାଦପତ୍ରରେ ଏକ ଭ୍ରାମାତ୍ମକ ବିଜ୍ଞାପନ ପ୍ରକାଶ କରି ଏସବିଆଇରେ ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲେ। ଜଣେ ବେକାର ଯୁବକ ଏହି ବିଜ୍ଞାପନ ଦେଖି ଯୋଗାଯୋଗ କରିବା ପରେ, ତାଙ୍କୁ ୟୁନିଫର୍ମ ଏବଂ ସିକ୍ୟୁରିଟି ଡିପୋଜିଟ୍‌ ନାମରେ ବିଭିନ୍ନ କିସ୍ତିରେ ମୋଟ ୫୦,୦୦୦ ଟଙ୍କା ଠକି ନିଆଯାଇଥିଲା। ଟଙ୍କା ପାଇବା ପରେ ଅଭିଯୁକ୍ତ ଅଧିକ ଟଙ୍କା ଦାବି କରିବା ସହ ଆଶାୟୀଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଥିଲେ।
​ଏ ନେଇ ଛତ୍ରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୩୯୪ (ତାରିଖ: ୨୮.୦୬.୨୦୨୫), BNS ର ଧାରା ୩୧୮(୪) ଏବଂ IT ଆକ୍ଟର ୬୬C/୬୬(D) ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରି
​ଗିରଫ ଅଭିଯୁକ୍ତଙ୍କ ମାନେ ହେଲେ ପଞ୍ଚାନନ ପଣ୍ଡା (୪୨ବର୍ଷ ପିତା:ନାରାୟଣ ଚନ୍ଦ୍ର ପଣ୍ଡା ଗ୍ରାମ- ନଦୀଗାଁ, ଥାନା- ଧୂଷୁରୀ, ଜିଲ୍ଲା- ଭଦ୍ରକ ବର୍ତ୍ତମାନ ବାସଭବନ: ଓଲ୍ଡ ଟାଉନ୍, ଭୁବନେଶ୍ୱର ଅଭିଯୁକ୍ତଙ୍କ ନିକଟରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଓ ଜାଲ୍ କାଗଜପତ୍ର ଜବତ କରିଛି:୬୧ଗୋଟି ଜାଲ୍ ନିଯୁକ୍ତି ପତ୍ର,​୨୬ଗୋଟି ଖାଲି ନିଯୁକ୍ତି ପତ୍ର,୨୫ ଗୋଟି ଚାକିରି ଆଶାୟୀଙ୍କ ଜାଲ୍ ପରିଚୟ ପତ୍ର,୦୪ ଗୋଟି ମୋବାଇଲ୍ ଫୋନ୍,୦୯ ଗୋଟି ବିଜ୍ଞାପନ ଲେଟର ପ୍ୟାଡ୍,​୦୬ଗୋଟି ବ୍ୟାଙ୍କ ପାସବୁକ୍,୦୨ ଗୋଟି ଅଭିଯୁକ୍ତଙ୍କ ପରିଚୟ ପତ୍ର ଚାକିରି ଆଶାୟୀଙ୍କ ବାୟୋଡାଟା ଥିବା ନୋଟବୁକ୍ ଓ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍
​ଜନସାଧାରଣଙ୍କ ପାଇଁ ପୋଲିସର ସତର୍କ ସୂଚନା-ଟଙ୍କା ବଦଳରେ ସରକାରୀ କିମ୍ବା ବ୍ୟାଙ୍କ ଚାକିରିର ଗ୍ୟାରେଣ୍ଟି ଦେଉଥିବା କୌଣସି ଅଜ୍ଞାତ ବ୍ୟକ୍ତି କିମ୍ବା ବିଜ୍ଞାପନ ପ୍ରତି ଅତ୍ୟନ୍ତ ସତର୍କ ରୁହନ୍ତୁ। ୧.ସର୍ବଦା ସମ୍ପୃକ୍ତ ସଂସ୍ଥା କିମ୍ବା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଯୁକ୍ତି ସୂଚନା ଯାଞ୍ଚ କରନ୍ତୁ।
​କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ସହ ଆର୍ଥିକ କାରବାର କରନ୍ତୁ ନାହିଁ କିମ୍ବା ନିଜର ବ୍ୟକ୍ତିଗତ ଦଲିଲ୍ସେ ସେୟାର କରନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button