ବେଗୁନିଆପଡ଼ା ପୋଲିସ ଦ୍ୱାରା ଡକାୟତି ଯୋଜନା ପଣ୍ଡ: ବୋମା, ମୋଟରସାଇକେଲ ଓ ମାରାତ୍ମକ ମାରଣାସ୍ତ୍ର ଜବତ, ୫ ଗିରଫ

ବେଗୁନିଆପଡ଼ା (ଶ୍ରୀନ୍ୟୁଜବିରୋ )୧୮/୦୮: ବେଗୁନିଆପଡ଼ା ପୋଲିସର ତତ୍କାଳୀନ ଏବଂ ଚତୁର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ଧରଣର ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ଗେଞ୍ଜରାପଲ୍ଲୀ ସ୍ଥିତ ପ୍ରସିଦ୍ଧ ମାଆ ଆଦିଶକ୍ତି ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ୫ ଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ୧.ବାବୁଲା ଆଚାରୀ ୨.ଆକାଶ ଗୌଡ଼ ୩. ଲୋକନାଥ ପାତ୍ର ୪.ଶାନ୍ତନୁ ପାଳ ୫.ଓମ୍ ରାଣା ପୋଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେଗୁଡିକ ହେଲା ୫ଟି ଜୀବନ୍ତ ହାତ ବୋମା ୫ଟି ଧାରୁଆ ଛୁରୀ ୬ଟି ମୋବାଇଲ୍ ଫୋନ୍ ୫ଟି ମାସ୍କ (ମୁହଁ ଢାଙ୍କିବା ପାଇଁ) ୨ଟି ବିନା ନମ୍ବର ପ୍ଲେଟ ଵାଲା ମୋଟରସାଇକେଲ ଜବତ କରିଛି ଏହି ମାମଲାରେ ବେଗୁନିଆପଡ଼ା ଥାନା କେସ୍ ନଂ ୪୨୨/୨୦୨୬, ଧାରା ୩୧୦(୪)/୩୧୦(୫),୨୫(୧)(a) ଆର୍ମସ ଆକ୍ଟ ଏବଂ ୪ ଓ ୫ ଇ.ଏସ. ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।



