ଭଞ୍ଜନଗରରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ବସ୍ ଡ୍ରାଇଭରଙ୍କୁ କଟୁରୀରେ ହାଣିଲେ, ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ

ଭଞ୍ଜନଗର (ଶ୍ରୀ ନ୍ୟୁଜ ବ୍ୟୁରୋ)୨୦/୦୮:
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଓ ରକ୍ତାକ୍ତ ଘଟଣା ଘଟିଯାଇଛି। ଜଣେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଘରୋଇ ବସ୍ ଡ୍ରାଇଭର। କଟୁରୀ ଆକ୍ରମଣରେ ବସ୍ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଜଗନ୍ନାଥ ଦାସ (ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢ଼ିଆପଲ୍ଲି ଗ୍ରାମ)ଜିତେନ୍ଦ୍ର ବିଷୋୟୀ (ବୁଦୁଲି ଗ୍ରାମ) ‘ସାରଳା’ ନାମକ ଘରୋଇ ବସ୍ ସୂଚନା ଅନୁସାରେ, ‘ସାରଳା’ ନାମକ ଘରୋଇ ବସ୍ଟି ଭୁବନେଶ୍ବରରୁ ଯାତ୍ରୀ ନେଇ ଭଞ୍ଜନଗର ଆସି ପହଞ୍ଚିଥିଲା। ବସ୍ର ଡ୍ରାଇଭର ଗୋବିନ୍ଦ ଦାସ ଗାଡ଼ି ରଖିବା ପରେ ପରିସ୍ରା କରିବା ପାଇଁ ଯାଉଥିବା ସମୟରେ ଅଚାନକ ବୁଦୁଲି ଗ୍ରାମର ଜିତେନ୍ଦ୍ର ବିଷୋୟୀ ନାମକ ଜଣେ ମଦ୍ୟପ ଯୁବକ ଧାରୁଆ କଟୁରୀ ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଜିତେନ୍ଦ୍ର ଅପ୍ରତ୍ୟାଶିତ ଭାବେ ଗୋବିନ୍ଦଙ୍କ ବେକ, ହାତ ଓ ଶରୀରର ବିଭିନ୍ନ ସ୍ଥାନକୁ କଟୁରୀରେ ହାଣି ପକାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ଅନ୍ୟ ବସ୍ କର୍ମଚାରୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ଭଞ୍ଜନଗର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡ୍ରାଇଭର ଗୋବିନ୍ଦଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅପରପକ୍ଷରେ, ଆକ୍ରମଣ କରିବା ପରେ ଅଭିଯୁକ୍ତ ମଦ୍ୟପ ଜିତେନ୍ଦ୍ର ବିଷୋୟୀ ନିଜେ ଯାଇ ଭଞ୍ଜନଗର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଆକ୍ରମଣର ପ୍ରକୃତ କାରଣ ଜାଣିବା ପାଇଁ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚୁରା ଚଳାଇଛି। ବସଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ସଂଘାତିକ ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଓ ଭୟର ପରିବେଶ ସୃଷ୍ଟି ହୋଇଛି।



