ଓଡିଶା

ଭଞ୍ଜନଗରରେ ପୋଲିସର ଚଢ଼ାଉ : ୨୨ କିଲୋରୁ ଅଧିକ ଗଞ୍ଜେଇ ସହ ୨ ଗିରଫ

ଭଞ୍ଜନଗର ୨୧/୦୮: ଗଞ୍ଜାମ ଭଞ୍ଜନଗରରୁ ଆସିଛି ଏକ ବଡ଼ ଖବର। ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି ପୋଲିସ। ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଟିକାବାଲିର ସୁବ୍ରତ ପ୍ରଧାନ ଏବଂ ଭଞ୍ଜନଗର କୁଲାଡର ବିଜୟ ସାହୁ। ଭଞ୍ଜନଗର ଥାନା କେସ୍ ନମ୍ବର ୮୩୩ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ପାଖରୁ ବହୁ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ଗୁଡ଼ିକ ହେଲା :- ୨୨ କିଲୋ ୮୯୦ ଗ୍ରାମ ଗଞ୍ଜେଇ, ଏକ ରେଡ୍‌ମି ମୋବାଇଲ ଫୋନ୍, ଏକ ବଜାଜ ପଲସର ମୋଟରସାଇକେଲ, ନଗଦ ୫୦୦ ଟଙ୍କା। ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button