ଓଡିଶା

ରେଶମସହରରେ_ବଢୂଛି_ଭାଇଗିରି!

ଗଞ୍ଜାମ ୨୮/୦୮: ବ୍ରହ୍ମପୁର ସହରରେ ପୁଣି ଅପରାଧୀ ଙ୍କ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ। ଏକ ଯାତ୍ରୀବାହୀ ବସ୍ ର ଡ୍ରାଇଭର କୁ ନିର୍ଧୂମ ଛେଚିଲେ ଓ କାଠ ଫାଳିଆରେ ବସ୍ ର କାଚ ଭାଙ୍ଗିଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହର ଫାଷ୍ଟ ଗେଟ୍ ସ୍ଥିତ ଡୁଡୁମା କଲୋନୀ ବସଷ୍ଟାଣ୍ଡ ରେ । ଆଜି ରାତି ପ୍ରାୟ ୧୦.୧୦ ସମୟରେ ବରଳାଦେବୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ବସଷ୍ଟାଣ୍ଡ ରୁ ଛାଡୁଥିବା ସମୟରେ କୈଣସି କାରଣ ବଶତଃ କିଛି ଯୁବକ ବସ୍ ର ଡ୍ରାଇଭର କୁ ସିଟରୁ ଟାଣି ମାଡ଼ ମାରିଥିଲେ । ତେବେ ଏତିକି ରେ ଘଟଣା ରେ ସୀମିତ ନଥିଲା । ବରଂ ସେ ବସରେ ଯାତ୍ରୀମାନେ ବସିଥିଲେ ମଧ୍ୟ ବାସ୍ ର ସାଇଡ ଡୋର ଓ ସାମ୍ନା ପଟରୁ ବଡ଼ ଠେଙ୍ଗା ରେ ଅନବରତ ବାଡେଇ ଚାଲିଥିଲେ । ଠେଙ୍ଗା ର ବାଡେଇବା ଦ୍ବାରା ବସର କେତେକ କାଚ ଭାଙ୍ଗାଯାଇଥିବା ବେଳେ ବସରେ ବସିଥିବା ଯାତ୍ରୀ ମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳାଇ ଦେଇଥିଲା । ପରବର୍ତ୍ତୀ ସମୟରେ ପ୍ରାୟ ଘଟଣା ଘଟିବାର‌ ପ୍ରାୟ ଏକ ଘଣ୍ଟା ପରେ ଘଟଣା ସ୍ଥଳରେ ବଡ଼ବଜାରର ପୋଲିସ ଟିମ୍ ପହଞ୍ଚି ଜଣେ ବ୍ୟକ୍ତି ଙ୍କୁ କାବୁ କରି ଥାନାକୁ ନେଇଥିବା ଦେଖିବାକୁ ମିଳିଥିଲା। ତେବେ ଡୁଡୁମା କଲୋନୀ ବସଷ୍ଟାଣ୍ଡ ରେ ପୋଲିସ ର‌ ଫାଣ୍ଡି ଥାଇ ମଧ୍ୟ ଏତେ ନିର୍ଭୟ ରେ କିଭଳି ଏଭଳି କାଣ୍ଡ ଭିଆଇ ଚାଲିଲେ ଦୁର୍ବୁତ । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ନିଜକୁ ଅସୁରକ୍ଷିତ ମନେ କରିବା ସହ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସାଧାରଣରେ ଦାବୀ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button