ଓଡିଶା

ଚଣ୍ଡିଖୋଲ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା: କଟକରୁ ବାଲେଶ୍ୱର ଯାଉଥିବା ‘ଷଡ଼ଙ୍ଗୀ’ ବସ୍ ଦୁର୍ଘଟଣାଗ୍ରସ୍ତ, ଅନେକ ଯାତ୍ରୀ

ଆହତଚଣ୍ଡିଖୋଲ, ୩୦/୦୮:ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ‘ଷଡ଼ଙ୍ଗୀ’ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବସରେ ଥିବା ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବସଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଅଚାନକ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିତ୍କାର ଓ ଆହତଙ୍କ ଆର୍ତ୍ତନାଦ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button