ଓଡିଶା

ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିର ଫୁଲବାଣୀ ବିଭାଗସ୍ତରୀୟ ପରିଚାଳନା ସମିତି ବୈଠକ

ବେଲଗୁଣ୍ଠା, ୩୦/୮: -ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଫୁଲବାଣୀ ବିଭାଗସ୍ତରୀୟ ପରିଚାଳନା ସମିତି ବୈଠକ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୌଜନ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ, ଭଞ୍ଜନଗର, ଆସିକା ଓ ବାଲିଗୁଡ଼ା—ଏହି ଚାରିଟି ସଙ୍କୁଳର ପରିଚାଳନା ସମିତିର ପ୍ରତିନିଧିମାନେ ବୈଠକରେ ଯୋଗଦେଇ ଶିଶୁ ମନ୍ଦିରଗୁଡ଼ିକର ଶୈକ୍ଷିକ ଓ ସାଂଗଠନିକ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍ଭାଗ ସଭାପତି ତାରା ପ୍ରସାଦ ଦାସ, ଶିକ୍ଷା ବିକାଶ ସମିତି କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ, ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ବିଭୂତି ଭୂଷଣ ପାଇକରାୟ, ସମ୍ଭାଗ କୋଷାଧ୍ୟକ୍ଷ ପ୍ରଦୀପ କୁମାର ଦାସ, ସୁଶିଲ କୁମାର ପଟ୍ଟନାୟକ, ଶିକ୍ଷା ବିକାଶ ସମିତି କାର୍ଯ୍ୟକାରିଣୀ ସଦସ୍ୟ କିରଣ କୁମାର ପାଢ଼ୀ, ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ଦାସ, ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ବିଜୟ କୁମାର ପଟ୍ଟନାୟକ, ଫୁଲବାଣୀ ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ, ଫୁଲବାଣୀ ସହ ଜିଲ୍ଲା ପ୍ରମୁଖ ତ୍ରିନାଥ ଗୌଡ଼, ଫୁଲବାଣୀ ସଙ୍କୁଳ ପ୍ରମୁଖ ପବିତ୍ର କୁମାର ସାହୁ ଓ ଭଞ୍ଜନଗର ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ଶିଶୁ ମନ୍ଦିରଗୁଡ଼ିକର ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ, ଶୈକ୍ଷିକ ପରିବେଶର ଉନ୍ନତି, ପରିଚାଳନା ସମିତିର ଭୂମିକା ଓ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶିଶୁମନରେ ନୈତିକ, ସାଂସ୍କୃତିକ ଓ ଦେଶପ୍ରେମମୂଳକ ମୂଲ୍ୟବୋଧର ବିକାଶ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଚାରିଟି ସଙ୍କୁଳ ଅଧୀନରେ ଥିବା ଶିଶୁ ମନ୍ଦିରଗୁଡ଼ିକର ଉନ୍ନତି ପାଇଁ ପରିଚାଳନା ସମିତି, ଅଭିଭାବକ, ଶିକ୍ଷକ ଓ ସମାଜର ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ବିଭିନ୍ନ ଶିଶୁ ମନ୍ଦିରର ପ୍ରତିନିଧି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button