ଓଡିଶା
ସାବଧାନ୍! ଏଥର କଥା କହିବ ଡିସିପିଙ୍କ ବନ୍ଧୁକ: ରାଜଧାନୀରେ ଘର ଭିତରେ ଦୁଷ୍କର୍ମ ଘଟଣା, ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ୍
୩ ଦିନ ହେଲା କମିଶନରେଟ ପୋଲିସ ଆଖିରେ ନିଦ ନାହିଁ

-
ଭୁବନେଶ୍ୱର (ଶ୍ରୀ ନ୍ୟୁଜ ବ୍ୟୁରୋ)୦୩/୧୦:ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଆଶ୍ଚର୍ଯ୍ୟଜନକ ଦୁଃସାହସ! ସୁରକ୍ଷିତ କୁହାଯାଉଥିବା ଭିଆଇପି ଏରିଆରେ, ସନ୍ଧ୍ୟା ନସାଣୁଣୁ ଘର ଭିତରେ ପଶି ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ସଂଗୀନ ଅପରାଧ ଘଟାଇ ଅପରାଧୀ ଖସିଯିବା ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଛି। ଗତ ୩ ଦିନ ହେଲାଣି କମିଶନରେଟ ପୋଲିସ ଆଖିରେ ପଲକ ପଡ଼ୁନାହିଁ। ରାଜଧାନୀର ମଧ୍ୟଭାଗରେ ଘଟିଥିବା ଏହି ବର୍ବରକାଣ୍ଡକୁ କୌଣସି ପରିସ୍ଥିତିରେ ବି ହଜମ କରିପାରୁନାହାନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏହି ସମ୍ଭୋଧାନଶୀଳ ମାମଲାକୁ ଗୁରୁତ୍ୱର ସହ ନେଇ ସ୍ୱୟଂ ଡି ସି ପି ଘଟଣାର ସୀମା ସମ୍ଭାଳିଛନ୍ତି। ଅପରାଧୀକୁ ଜେଲ୍ହାଜତକୁ ପଠାଇବା ପାଇଁ କଳେ,ବଳେ, କୌଶଳେ ଏକ ସ୍ୱତନ୍ତ୍ର ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରାଯାଇଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍, ଫୋନ୍ ଲୋକେସନ୍ ଏବଂ ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ଅଭିଯୁକ୍ତର ଅତି ନିକଟରେ ପୋଲିସ ପହଞ୍ଚିସାରିଥିବା ସୂଚନା ମିଳିଛି।ପୋଲିସ ସୂତ୍ରରୁ ମିଳିଥିବା କଡ଼ା ସଂକେତ ଅନୁଯାୟୀ, ଅପରାଧୀ ଯେତେ ଚାଲାକ୍ ହୋଇଥିଲେ ବି ଏଥର ତାକୁ ନିସ୍ତାର ମିଳିବ ନାହିଁ। ଯଦି ଅଭିଯୁକ୍ତ ଖସିଯିବାକୁ କିମ୍ବା ପୋଲିସ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ଡିସିପିଙ୍କ ବନ୍ଧୁକ ନିଜ ଭାଷାରେ ଜବାବ ଦେବ। ରାଜଧାନୀରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ କମିଶନରେଟ ପୋଲିସ ଏଥର କୌଣସି ପ୍ରକାରର କୋହଳ ମନୋଭାବ ଦେଖାଇବା ମୁଡ୍ରେ ନାହିଁ। ସିସିଟିଭି ଫୁଟେଜ୍ ଏବଂ ଟେକ୍ନିକାଲ୍ ସର୍ଭେଲାନ୍ସ ଆଧାରରେ ତଦନ୍ତ ଜାରି। ଅପରାଧୀର ସମ୍ଭାବ୍ୟ ଲୁଚିବା ସ୍ଥାନଗୁଡ଼ିକରେ କମିଶନରେଟ ପୋଲିସର ଘନ ଘନ ଚଢ଼ଉ।ଭୁବନେଶ୍ୱର ପୋଲିସର ସ୍ପଷ୍ଟ ଚେତାବନୀ ଆତ୍ମସମର୍ପଣ ନକଲେ କଠୋର ରୂପ ନେବ କାର୍ଯ୍ୟାନୁଷ୍ଠାନ ନିଆଯିବ l



